ଘରକୁ ଘର ବୁଲି କରୋନା ଆକ୍ରାନ୍ତଙ୍କୁ ସଚେତନ

ଆଠଗଡ : ଚଳିତ ଜାନୁଆରୀ ୧ତାରିଖରୁ ୯ତାରିଖ ମଧ୍ୟରେ ଆଠଗଡ ସହର, ବ୍ଲକ ଅଞ୍ଚଳରୁ ୨୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କୁ ଘରେ ପୃଥକବାସରେ ରହି ଚିକିତ୍ସିତ ହେବା ଲାଗି ଡାକ୍ତରଖାନା ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଠଗଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ନେତୃତ୍ୱରେ ତ୍ୱରିତ୍‍ କାର୍ଯ୍ୟାନୁଷ୍ଠାନ ଦଳ ପ୍ରତ୍ୟେକ ସଂକ୍ରମିତଙ୍କ ଘରକୁ ଯାଇ ଔଷଧ ବଣ୍ଟନ କରିବା ସହ ସତର୍କତା ଅବଲମ୍ବନ ପାଇଁ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି । ଏଥିସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି କୋଭିଡ ପରୀକ୍ଷା କରାଇବା ଲାଗି ବ୍ୟବସ୍ଥା କରିବା, ବିଦେଶ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିବା କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟରେ ଅଙ୍ଗନବାଡି କର୍ମୀ ଅର୍ମିତା ନିଶାଁ, ଜୁମିନି ବେଗମ, ସ୍ୱଚ୍ଛସାଥୀ ପରିଦର୍ଶିକା ସସ୍ମିତା ନାୟକ, ସ୍ୱଚ୍ଛସାଥୀ ବିନୋଦିନି ତ୍ରିପାଠୀ, କାଦମ୍ବିନୀ ସାହୁ ଓ ସସ୍ମିତା ସାହାଣୀ ପ୍ରମୁଖ ନିୟୋଜିତ ଅଛନ୍ତି ।

Comments are closed.