ଗଧକୁ ପ୍ରଶ୍ନ ବିନା ମାସ୍କ, ଅଯଥାରେ ଲକଡ଼ାଉନରେ ବୁଲୁଛନ୍ତିି କାହିଁକି ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ….

ନୂଆଦିଲ୍ଲୀ : ଏବେ କରୋନା ଭୂତାଣୁ କାରଣରୁ ସଚେତନ କରିବା ପାଇଁ ବିଭିନ୍ନ ଶୈଳୀ ଅବଲମ୍ବନ କରାଯାଉଛି। ମାତ୍ର ଲୋକଙ୍କୁ ସଚେତନ କରିବା ପାଇଁ ଦିଲ୍ଲୀରେ ଜଣେ ସାମ୍ବାଦିକ ଏକ ଭିନ୍ନ ଶୈଳୀ ବାଛିଥିବା ସହ ଏହା ଇଣ୍ଟରନେଟରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏକ ନୂତନ ପ୍ରଣାଳୀରେ ସେ ବିନା ମାସ୍କରେ ରାସ୍ତାରେ ଅଯଥାରେ ବୁଲୁଥିବା ଲୋକଙ୍କୁ ସେ କିପରି ଭିଡ଼ିଓ ମାଧ୍ୟମରେ ସଚେତନ କରୁଛନ୍ତି ତାହା ଭିଡ଼ିଓରେ ଦେଖିବାକୁ ମିଳିଛି । ସାମ୍ବାଦିକ ଜଣଙ୍କ ଜଣେ ଗଧର ଇଣ୍ଟରଭ୍ୟୁ ନେଇ ଏକ ଭିନ୍ନ ଶୈଳୀରେ ସଚେତନ ସୃଷ୍ଟି କରିଛନ୍ତି। ସେ ଗଧକୁ ପ୍ରଶ୍ନ କରିଛନ୍ତି , ଲକଡ଼ାଉନ ସମୟରେ ବିନା ମାସ୍କରେ କ’ଣ ପାଇଁ ବାହାରେ ବୁଲୁଛନ୍ତି ? ମାତ୍ର ଏହାର ଉତର ଗଧ ଠାରୁ ମିଳିପାରି ନାହିଁ। ସେହି ସମୟରେ ସେଠାରେ ଥିବା କିଛି ଲୋକଙ୍କୁ ଉକ୍ତ ସାମ୍ବାଦିକ ଜଣଙ୍କ ପ୍ରଶ୍ନ କରଛନ୍ତି ଗଧ କେଉଁ କାରଣରୁ ମାସ୍କ ପିନ୍ଧି ନାହିଁ । ଏହାର ଉତରରେ ବ୍ୟକ୍ତି ଜଣଙ୍କ କହିଛନ୍ତି ଗଧ ମାସ୍କ ପିନେ୍ଧ ନାହିଁ। ଏଭଳି ଶୈଳୀରେ ସାମ୍ବାଦିକ ଜଣଙ୍କ ପ୍ରଶ୍ନ କରିଛନ୍ତି ଯେ ରାସ୍ତାରେ ଯାଉଥିବା ବିନା ମାସ୍କରେ ଓ ଅଯଥାରେ ବୁଲୁଥିବା ଲୋକେ ନିଜର ଭୁଲ ବୁଝିପାରୁଛନ୍ତି। ଜଣେ ଭାରତୀୟ ପୁଲିସ ସେବା ଅଧିକାରୀ ଏହି ଭିଡ଼ିଓଟିକୁ ଟ୍ୱିଟରରେ ସେୟାର କରିଛନ୍ତି। ବର୍ତମାନ ସୁଦ୍ଧା ଏହି ଭିଡ଼ିଓଟିକୁ ଲକ୍ଷ ଲକ୍ଷ ଲୋକେ ଦେଖି ପସନ୍ଦ କରିବା ସହ ହଜାର ହଜାର ଲୋକେ ଲାଇକ ମଧ୍ୟ କରୁଛନ୍ତି।

Comments are closed.