ଚାଷ ଜମିରୁ ଅଜଗର ଉଦ୍ଧାର

ବୌଦ୍ଧ : ବୌଦ୍ଧ ବ୍ଲକ ବହିରା ନିକଟବର୍ତ୍ତି ଉଦ୍ବିଲ୍କା ଗ୍ରାମରେ ଚାଷ ଜମିରୁ ଏକ ଅଜଗର ସାପକୁ ବନ ବିଭାଗ ଉଦ୍ଧାର କରିଛି । ସୂଚନା ଅନୁସାରେ ଧାନ କାଟିବା ସମୟରେ ଲୋକେ ସାପଟିକୁ ଦେଖିଥିଲେ। ଏକ ଜନ୍ତୁକୁ ଗିଳି ସାପଟି ଧାନ କିଆରିରେ ନିସ୍ତେଜ ହୋଇ ପଡ଼ି ରହିଥିଲା। ଖବର ପାଇ ବୌଦ୍ଧ ରେଞ୍ଜ ଅଧିକାରୀ ପ୍ରଦୀପ ବେହେରା ବନ କର୍ମଚାରୀଙ୍କୁ ପଠାଇବା ସହ ପ୍ରାଣୀ କଲ୍ୟାଣ ମଞ୍ଚର ସହାୟତା ଲୋଡ଼ିଥିଲେ । ପ୍ରାଣୀ କଲ୍ୟାଣ ମଞ୍ଚର ସ୍ବେଚ୍ଛାସେବୀମାନେ ସାପକୁ ଆୟତ୍ତ କରିଥିଲେ । ୯ଫୁଟ ଲମ୍ବ ଥିବା ସାପଟିକୁ ସୁବର୍ଣ୍ଣଗିରି ପାହାଡ଼ରେ ସୁରକ୍ଷିତ ଭାବରେ ଛଡ଼ା ଯାଇଥିବା ଜଣାଯାଇଛି।

Comments are closed.