ଫୁଲବାଣୀର ଚନ୍ଦନ ନଗର ଠାରେ ଆଠ ଫୁଟ ର ଅଜଗର ସାପ ଉଦ୍ଧାର

ଫୁଲବାଣୀ : ଫୁଲବାଣୀ ସହରର ଚନ୍ଦନ ନଗର ଅଞ୍ଚଳରେ ଏକ ୮ ଫୁଟର ଅଜଗର ସାପ ପଶିଯାଇଥିବା ନେଇ ସ୍ଥାନୀୟ ଲୋକେ ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର,ପ୍ରଫୁଲ୍ଲ କୁମାର ପୃଷ୍ଟି, ରବୀନ୍ଦ୍ର ମହାରଣା ଏବଂ ସନ୍ତୋଷ ବାରିକ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସାହିର କିଛି ଯୁବକଙ୍କ ସହାୟତାରେ ଉଦ୍ଧାରକରିଥିଲେ ।

ପର୍ ଟିମ୍ ସଦସ୍ୟ ଙ୍କ ଦ୍ଵାରା ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଦୂର ଜଙ୍ଗଲ ରେ ଛାଡି ଦିଆଯାଇଛି। ଟିମ୍ ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ ଉକ୍ତ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

Comments are closed.