ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବର୍ଣ୍ଣ ଜିତିଲେ ସିନ୍ଧୁ

ବର୍ମିଂହାମ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ସ୍ବର୍ଣ୍ଣ ହାତେଇଛି ଭାରତ। ମହିଳା ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପି.ଭି.ସିନ୍ଧୁ। ଫାଇନାଲରେ କାନାଡାର ଏମ୍‌ ଲିଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି ସିନ୍ଧୁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସିନ୍ଧୁଙ୍କର ପ୍ରଥମ ସ୍ବର୍ଣ୍ଣ ପଦକ। ଏଥିସହ ଭାରତର ପଦକ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ମୋଟ ପଦକ ମଧ୍ୟରୁ ୧୯ଟି ସ୍ବର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ରହିଛି।

Comments are closed.