୨୦୩୬ ମସିହା ପର୍ଯ୍ୟନ୍ତ ରୁଷର ରାଷ୍ଟ୍ରପତି ରହିବେ ଭ୍ଲାଡ଼ିମିର ପୁଟିନ୍

ସମ୍ବିଧାନ ସଂଶୋଧନ ବିଲକୁ ରୁଷୀୟ ନାଗରିକଙ୍କ ବିପୁଳ ସମର୍ଥନ

ମସ୍କୋ:  ଭ୍ଲାଡ଼ିମିର ପୁଟିନ୍ ଆସନ୍ତା ୨୦୩୬ ମସିହା ପର୍ଯ୍ୟନ୍ତ ରୁଷ୍ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବେ ।  ସମ୍ବିଧାନ ସଂଶୋଧନ ନେଇ ଦେଶରେ ହୋଇଥିବା ଭୋଟରେ ପୁଟିନ ଓ ତାଙ୍କର ସମର୍ଥକମାନଙ୍କୁ ବିପୁଳ ସମର୍ଥନ ମିଳିଛି । ଦେଶର ୬୮% ଜନସାଧାରଣ ଏହି ଭୋଟିଂରେ ଭାଗ ନେଇଥିଲେ । ଏହାମଧ୍ୟରୁ ୭୭.୯୨% ଭୋଟ ପୁଟିନଙ୍କ ସମର୍ଥନରେ ପଡ଼ିଥିବାବେଳେ ୨୧.୨୬% ପୁଟିନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବିରୋଧ କରିଥିଲେ ।

Russian President Vladimir Putin arrives to take part in voting at a polling station in Moscow, Russia, Wednesday, July 1, 2020. The vote on the constitutional amendments that would reset the clock on Russian President Vladimir Putin???s tenure and enable him to serve two more six-year terms is set to wrap up Wednesday. (Alexei Druzhinin, Sputnik, Kremlin Pool Photo via AP)

ପୁଟିନଙ୍କ ପରବର୍ତୀ କାର୍ଯ୍ୟକାଳ ୨୦୨୪ରେ ଶେଷ ହେଉଛି । ମାତ୍ର ଏହାପରେ ଆହୁରି ୧୨ ବର୍ଷ ମଧ୍ୟ ସେ କ୍ଷମତାରେ ଅର୍ଥାତ୍ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିପାରିବେ । ପୁଟିନଙ୍କ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି ଯେ ଦେଶର ଲୋକମାନେ ପୁଟିନଙ୍କୁ ଭରପୁର ସମର୍ଥନ ଦେଇଛନ୍ତି ଓ ପୁଟିନଙ୍କ ଉପରେ ନିଜର ଗଭୀର ଆସ୍ଥା ବ୍ୟକ୍ତ କରିଛନ୍ତି । ଏତେ ପରିମାଣର ଲୋକ ଭୋଟରେ ଭାଗ ନେବେ ଓ ସମର୍ଥନ କରିବେ ତାହା ବିଶ୍ବାସ କରି ହେଉ ନ ଥିଲା ।

ABAKAN, RUSSIA – JULY 1, 2020: Election commission members at polling station No 39 during the 2020 Russian constitutional referendum. The referendum on proposed amendments to the Russian constitution is held from June 25 through July 1, 2020. Alexander Kolbasov/TASS (Photo by Alexander KolbasovTASS via Getty Images)

ଏହି ଅବସରରେ ରୁଷରେ କେତେକ ସଂସ୍କାରପନ୍ଥୀ କାର୍ଯ୍ୟକ୍ରମ ସମ୍ପର୍କରେ ହୋଇଥିବା ସଂଶୋଧନର ଜନମତ ପରୀକ୍ଷା ହୋଇଛି । ସର୍ବନିମ୍ନ ମଜୁରୀ ବୃଦ୍ଧି ଓ ପେନସନ, ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକ, ରୁଷୀୟ ଭାଷା ଓ ଇତିହାସର ସୁରକ୍ଷା, ଉଚ୍ଚ ଅଧିକାରୀଙ୍କ ଦ୍ଵୈତ ନାଗରିକତା ଉଚ୍ଛେଦ ସଂକ୍ରାନ୍ତ ପୁଟିନ ନେଇଥିବା ପଦକ୍ଷେପକୁ ମଧ୍ୟ ବିପୁଳ ସମର୍ଥନ ମିଳିଛି ।

Comments are closed.