ପୁଷ୍କର ସିଂହ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ, ରବିବାର ରାଜଭବନରେ ହେବ ଶପଥ ଗ୍ରହଣ ସମାରୋହ

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପୁଷ୍କର ସିଂହ ଧାମି। ଖଟିମା ବିଧାନସଭା ଆସନରୁ ବିଜେପି ବିଧାୟକ ଥିବା ୪୫ ବର୍ଷିୟ ଧାମି ଉତ୍ତରାଖଣ୍ଡର ସବୁଠାରୁ କମ୍ ବୟସର ମୁଖ୍ୟମନ୍ତ୍ରୀ।

ଶନିବାର ବିଜେପି ବିଧାୟକ ମଣ୍ଡଳ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମରେ ମୋହର ଲାଗିଛି। ଆଜି ସନ୍ଧ୍ୟାରେ ହିଁ ପୁଷ୍କର ସିଂହ ଧାମି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଥିଲା, କିନ୍ତୁ ପରେ ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ରବିବାର ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ତୀରଥ ସିଂହ ରାୱତଙ୍କ ସ୍ଥାନରେ ପୁଷ୍କର ସିଂହ ଧାମି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଗତକାଲି ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

 

Comments are closed.