ପୁରୁଖା କଂଗ୍ରେସ ନେତାଙ୍କ ପରଲୋକ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ବାସିନ୍ଦା ପୁରୁଖା କଂଗ୍ରେସ ନେତା କିରାନିକର ସେଠୀଙ୍କର ଆଜି ୭୫ ବର୍ଷ ବୟସରେ ପରଲୋକ ଘଟିଛି । କିରାନିକର ପାଟଣା ନିର୍ବାଚନ ମଣ୍ଡଳୀର ଜଣେ ପୁରୁଖା କଂଗ୍ରେସ ନେତା ଭାବେ ସେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ପାଟଣା କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, କୈଳାସ ଚନ୍ଦ୍ର ବାରିକ, ଶତ୍ରୁଘ୍ନ ସିଂହ ପ୍ରମୁଖ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପୁତ୍ର, ପୁତ୍ରବଧୂ, ଝିଅ, ଜ୍ବାଇଁ, ନାତିନାତୁଣୀମାନେ ଉପସ୍ଥିତ ରହିଥିଲେ । ଶୋକାକୁଳ ପରିବେଶରେ ଆଜି ସଂନ୍ଧ୍ୟାରେ ବୈତରଣୀ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପୁତ୍ର ପାଣ୍ଡୁ ସେଠୀ ମୁଖାଗ୍ନି ଦେଇଛନ୍ତି । କିରାନିକରଙ୍କ ବିୟୋଗରେ ପାଟଣା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ଦାଶ ଓ ଲକ୍ଷ୍ମଣ କୁମାର ଦାଶ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଶୋକ ବ୍ୟକ୍ତ କରିଛନ୍ତି ।

Comments are closed.