ଲାଞ୍ଚ ନେଇ ଫସିଲେ ପୁରୀ ଟାଉନ ଥାନା ଏଏସଆଇ : ଗିରଫ କଲା ଭିଜିଲାନ୍ସ

ପୁରୀ : ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି  ପୁରୀ ଟାଉନ ଥାନାର ଏଏସଆଇ  ବିରଞ୍ଚି ରାଉଳ। ରବିବାର ଜଣେ ଅଭିଯୁକ୍ତଙ୍କ ନାଁ ଚାର୍ଜସିଟରୁ କାଟିବା ପାଇଁ ଲାଞ୍ଚ ନେଉଥିବାବେଳେ ଭୁବନେଶ୍ବର ଭିଜିଲାନ୍ସ ବିରଞ୍ଚି ରାଉଳଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ପୁରୀ ଟାଉନ ଥାନାରେ ଅଭିଯୁକ୍ତ ବିଜୟ କୁମାର ଖୁଣ୍ଟିଆ ନାମରେ କେସ ନମ୍ବର ୬/୨୦୨୦ରେ  ଏକ ମାମାଲା ରହିଛି। ଏହି ମାମଲାରେ ଅଭିଯୁକ୍ତ ବିଜୟ ତା ନାଁ ଚାର୍ଜସିଟରୁ କାଟିବା ପାଇଁ  ପୁରୀ ଟାଉନ ଥାନା ଏଏସଆଇଙ୍କୁ କହିଥିଲା।  ଏହାପରେ ଏଏସଆଇ ତାଙ୍କ ନାମ  ଚାର୍ଜସିଟରୁ ହଟାଇବା ପାଇଁ ଅଭିଯୁକ୍ତ ବିଜୟଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପରେ  ଆଜି ଅଭିଯୁକ୍ତ ଜଣଙ୍କ ଲାଞ୍ଚ ଦେଉଥିବା ସମୟରେ ଭୁବନେଶ୍ବର ଭିଜିଲାନ୍ସ ପୁରୀ ଟାଉନ ଥାନା ଏଏସଆଇଙ୍କୁ ଗିରଫ କରିଛି ।

Comments are closed.