MEllora 950×100

ଶ୍ରୀମନ୍ଦିର ଚାହାଣୀ ମଣ୍ଡପରୁ ଭିଡିଓ ଭାଇରାଲ

ପୁରୀ: ଶ୍ରୀମନ୍ଦିର ଭିତରେ ଭିଡିଓ ଭାଇରାଲ୍ ହେବା କିଛି ନୂଆ ଘଟଣା ନୁହେଁ। ପୂର୍ବରୁ ଏଭଳି ଘଟଣା ବାରମ୍ବାର ଘଟିଥିଲେ ମଧ୍ୟ ଏଯାଏଁ ଶ୍ରୀମନ୍ଦିର ପ୍ରଶାସନ ଚେତିନାହିଁ। କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ସେହି ଅନୁରୂପ ଘଟଣା ସାମ୍ନାକୁ ଆସିଛି। ଶ୍ରୀମନ୍ଦିର ଚାହାଣୀ ମଣ୍ଡପରେ ଜଣେ ଯୁବକ ଫୋନରେ କଥା ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରବେଶ ପଥରେ ଯାଞ୍ଚ ସତ୍ତ୍ବେ କିଭଳି ମୋବାଇଲ ଫୋନ୍ ଶ୍ରୀମନ୍ଦିର ମଧ୍ୟକୁ ଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.