ଆଜି ଶ୍ରୀଜୀଉଙ୍କ ସୁନାବେଶ

ପୁରୀ : ଆଜି ଶ୍ରୀଜୀଉଙ୍କ ସୁନାବେଶ। ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରା ଭଳି ବିନା ଭକ୍ତରେ ହେବ ଶ୍ରୀଜୀଉଙ୍କ ସୁନାବେଶ। ଶ୍ରୀକ୍ଷେତ୍ର ପୁରୀରେ ମହଣ ମହଣ ସୁନାରେ ସଜେଇ ହୋଇ ‘ସୁନାବେଶ’ରେ ଭକ୍ତଙ୍କୁ ଶ୍ରୀଜୀଉମାନେ ଦର୍ଶନ ଦେବେ। ଏହାପୂର୍ବରୁ ପୁରୀରେ କର୍ଫ୍ୟୁ କୋହଳ କରିଛି ଜିଲା ପ୍ରଶାସନ। ଗୁରୁବାର ସକାଳ ୫ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମରିଚିକୋଟ୍‌ ଛକରୁ ସିଂହଦ୍ବାର ଅଞ୍ଚଳକୁ ବାଦ୍‌ ଦେଇ ସହରର ଅନ୍ୟ ଅଞ୍ଚଳରେ କର୍ଫ୍ୟୁ କୋହଳ କରାଯିବା ସହ ସୁନାବେଶ ପାଇଁ ଗୁରୁବାର ଅପରାହ୍ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସିଂହଦ୍ବାର ଅଞ୍ଚଳରେ କଟକଣା ବଳବତ୍ତର ରହିବ।

Comments are closed.