ବିନା ଭକ୍ତରେ ବଡ ଦାଣ୍ଡରେ ଗଡିବ ରଥ

ସମାଜ ପୋର୍ଟାଲ ଡେସ୍କ : କୋଟିବ୍ରହ୍ମାଣ୍ଡର ମଉଡମଣି ଜଗତରନାଥ ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇ ଉଠିଛି। ଏଥର ବିନା ଭକ୍ତ​ରେ ବଡ଼ ଦାଣ୍ଡରେ ଗଡିବ ରଥ।

ସୋମବାର ସକାଳୁ ରଥକୁ ଆଜ୍ଞାମାଳ ବିଜେ କରିଛନ୍ତି। ପୁଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ପୁରୀରେ ପହଞ୍ଚିଛନ୍ତି। ଅନ୍ୟ ପକ୍ଷରେ ରଥଯାତ୍ରା ଅୟୋଜନ ନେଇ ଆମେ ପ୍ରସ୍ତୁତ ବୋଲି କହିଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ।

ଅନ୍ୟପକ୍ଷରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ଡିଜିପି, ଉନ୍ନୟନ କମିଶନର, ଆରଡିସି,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲା ଏସପି ପ୍ରମୁଖ ଯୋଗ ଦେଇଥିଲେ।

ପୁରୀରେ ୧୪୪ ଧାରା ଜାରୀ, ପୁରୀ ସହରର ପ୍ରବେଶ ପଥ ସିଲ୍ କରିବା, ସେବକ ଏବଂ ପୁଲିସ ସହାୟତାରେ ରଥଟଣା, ସୁରକ୍ଷା  ବ୍ୟବସ୍ଥା ଏବଂ ସିମୀତ ସଂଖ୍ୟକ ସେବାୟତ ମୁତୟନ ନେଇ ଆଲୋଚନା ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ରଥଯାତ୍ରା ପାଇଁ ଆମେ ସଂମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ।

Comments are closed.