ଟ୍ରାଫିକ ପୁଲିସ ଫାଣ୍ଡି ସିଲ୍‌

ପୁରୀ : ପୁରୀ ବଡ଼ଦାଣ୍ଡ ଡାକ୍ତରଖାନା ଛକରେ ଥିବା ଟ୍ରାଫିକ ପୁଲିସ ଫାଣ୍ଡି ଶୁକ୍ରବାର ରାତିରେ ସିଲ୍‌ କରାଯାଇଛି। ସେଠାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିଯୋଗୁଁ ଟ୍ରାଫିକ ପୁଲିସ ଫାଣ୍ଡି ସିଲ୍‌ କରାଯିବା ସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୩୩ଜଣଙ୍କୁ ଚିହ୍ନଟ କରାଯାଇଛି। ୮ଜଣ ପୁଲିସ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ପଠାଯାଇଥିବା ସୂଚନା ମିଳିଛି। ଶନିବାର ଟ୍ରାଫିକ ପୁଲିସ ଫାଣ୍ଡି ବିଶୋଧନ କରାଯିବ। ସଂପୃକ୍ତ କର୍ମଚାରୀ ରହୁଥିବା ପୁଲିସ କ୍ବାର୍ଟର ବିଶୋଧନ ପାଇଁ ଅଗ୍ନିଶମ ବିଭାଗକୁ ନିର୍ଦେଶ ଦେଇଛନ୍ତି।

Comments are closed.