ଶ୍ରୀମନ୍ଦିରରେ ରାଷ୍ଟ୍ରପତି : ମନ୍ଦିର ଗର୍ଭଗୃହରେ କରୁଛନ୍ତି ପୂଜାର୍ଚ୍ଚନା

ପୁରୀ : ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଯାଇଛନ୍ତି। ସକାଳେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚି ସିଂହଦ୍ୱାରରେ ପହଞ୍ଚିବା ପରେ ୯ଟା ୧୮ରେ ଧର୍ମପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଅଛନ୍ତି। ଏବେ ଶ୍ରୀ ମନ୍ଦିର ଗର୍ଭଗୃହରେ ରାଷ୍ଟ୍ରପତି ପୂଜାର୍ଚ୍ଚନା କରୁଛନ୍ତି । ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ଗଜପତି ମହାରାଜ ତାଙ୍କୁ ସ୍ୱାଗତ କରିଛନ୍ତି।

Comments are closed.