କୁଟୀର ଆଶ୍ରମ ଜମି ବେଆଇନ ବିକ୍ରି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ପୁରୀ  : ପୁରୀ ମହିଳା କୁଟୀର ଆଶ୍ରମ ଜମି ବେଆଇନ ବିକ୍ରି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। । ଯଥାଶୀଘ୍ର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଦେଇଛି ରାଜସ୍ୱ ବିଭାଗ। ମୃତ ବ୍ୟକ୍ତିଙ୍କ ନାମରେ ପିକେଡିଏ ଠାରୁ ଅନୁମତି ନେଇ ଆଶ୍ରମ ସମ୍ପାଦକ ଜମି ବିକ୍ରି କରିଥିବା ଅଭିଯୋଗ ହୋଇଥିବା ବେଳେ ଗରିବ ବିଧବା, ସ୍ବାମୀ ପରିତ୍ୟକ୍ତ ମହିଳା ଏବଂ ଅନାଥ ଶିଶୁଙ୍କ ଥଇଥାନ ପାଇଁ ଏହି ଆଶ୍ରମ ନିର୍ମିତ ହୋଇଥିଲା । ପୁରୀ ଆଚାର୍ୟ୍ୟ ହରିହର ଛକରେ ଥିବା ମହିଳା କୁଟୀର ଆଶ୍ରମର ବହୁ ମୂଲ୍ୟବାନ ଜମି ଜାଲିଆତି କରି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ତେବେ ବର୍ତ୍ତମାନ ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comments are closed.