ଲାଇଫ ଗାର୍ଡଙ୍କୁ ମାଡମାରି ୨ ଅଟକ

ପୁରୀ: ପୁରୀ ସମୁଦ୍ରକୂଳରେ ଲାଇଫ ଗାର୍ଡଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖିଛି। ଅଟକ ଦୁଇ ଜଣଙ୍କ ମଧ୍ୟରେ ଜଣେ ଜୱାନ ଥିବା ଜଣାପଡ଼ିଛି। ସମୁଦ୍ର କୂଳ ଥାନା ପୁଲିସ ସେମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର କେତେକ ବ୍ୟକ୍ତି ଶନିବାର ପୂରୀ ସମୁଦ୍ରରେ ଗାଧୋଇବା ବେଳେ ଜଣେ ଜୱାନ ଭାସି ଯାଇଥିଲେ। ଲାଇଫ ଗାର୍ଡ ସମୁଦ୍ର ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜୱାନ ଜଣଙ୍କ ଲାଇଫ ଗାର୍ଡଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଲାଇଫ ଗାର୍ଡଙ୍କ ଅଭିଯୋଗକୁ ଭିତିକରି ପୁଲିସ ଅଭିଯୁକ୍ତ ଜୱାନଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଦୁଇ ଜଣକୁ ଆସନ୍ତାକାଲି (ରବିବାର) ପୁଲିସ ଗିରଫ କରାଯିବା ସମ୍ଭାବନା ରହିଛି।

Comments are closed.