ଆଜି ବନକଲାଗି ନୀତି ; ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଆଜି ମାଘ ଶୁକ୍ଳ ଷଷ୍ଠୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗିନୀତି। ଏଥିପାଇଁ ଅପରାହ୍ନ ୪ ଟାରୁ ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ବନକଲାଗିନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖସିଂହାର କରାଯାଇଥାଏ। ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପରମ୍ପରା ଅନୁଯାୟୀ, ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଦୀର୍ଘ ୪ ଘଣ୍ଟା ଧରି ଏହି ନୀତି ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କ ଶ୍ରୀମୁଖସିଂହାର କରାଯାଇଥାଏ।

 

Comments are closed.