ପୁରୀ ଜେଲ୍‌ରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ

ପୁରୀ: ଜିଲା କାରାଗାରରେ ଶନିବାର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଶ୍ରୀଧର ଦାସ (୫୦) ଏବଂ ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଙ୍କିମୁହାଣ ବସ୍ତିରେ। କିଛିଦିନ ତଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ଶ୍ରୀଧରଙ୍କ ଝାଡାବାନ୍ତି ହେବାରୁ ଜେଲ୍‌ ଭିତରେ ତାଙ୍କର ଚିକିତ୍ସା ଚାଲିଥିଲା। ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି। ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଜିଲା ସଦର ହାସପାତାଳ ପଠାଇଥିଲେ। ଡାକ୍ତର ତାଙ୍କୁ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିଛନ୍ତି। ରାମଚଣ୍ଡୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଶରତ କୁମାର ନାୟକ ସୂଚନା ଦେଇଛନ୍ତି।

Comments are closed.