ଶ୍ରୀମନ୍ଦିର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ; ବାରମ୍ବାର ପୁଲିସ କହିବା ପରେ ଓହ୍ଲାଇଲେ ତଳକୁ

ପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା । ସୂଚନା ଅନୁଯାୟୀ, ପୂଜକ ଚନ୍ଦ୍ରଶେଖର କୌଣସି କାରଣକୁ ନେଇ ଶ୍ରୀମନ୍ଦିର ଉପରେ ଚଢ଼ି ବୁଲାବୁଲି କରୁଥିବା ବେଳେ ଚୂନରା ସେବକ ଦେଖିଥିଲେ । ପରେ ଏନେଇ ପୁଲିସଙ୍କୁ ଜଣାଇଥିଲେ ।

ଲିସ ଓ ଜେଟିପି ସଙ୍ଗେସଙ୍ଗେ ଶ୍ରୀମନ୍ଦିର ନିକଟରେ ପହଞ୍ଚି  ପୂଜକ ଚନ୍ଦ୍ରଶେଖରଙ୍କୁ ତୁରନ୍ତ ଓହ୍ଲାଇବାକୁ କହିଥିଲେ । ବାରମ୍ବାର କହିବା ପରେ ଦକ୍ଷିଣ ଘର ଛାତ ଦେଇ ପୂଜକ ଜଣକ ତଳକୁ ଓହ୍ଲାଇଥିବା ଜଣାପଡ଼ିଛି । ପୂଜକ ଚନ୍ଦ୍ରଶେଖର ତଳକୁ ଓହ୍ଲାଇବା ପରେ ସିଂହଦ୍ୱାର ପୁଲିସ ତାଙ୍କୁ ପଚରାଉଚରା କରୁଛି ।

Comments are closed.