ପୁରୀରେ ପହଞ୍ଚିଲା ରଥକାଠ

ପୁରୀ : ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହୋଇଛି।  ରଥଯାତ୍ରା ପାଇଁ ଶନିବାର ସକାଳେ ବଡ଼ଦାଣ୍ଡରେ ରଥ କାଠ ଆସି ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ଟ୍ରକରେ ମୋଟ ୫୩ ଖଣ୍ଡ କାଠ ଆସିଛି। ନୟାଗଡ଼ ବନଖଣ୍ଡରୁ ଉକ୍ତ ରଥକାଠ ଆସିଛି। ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷରୁ ୧୯୩ ଖଣ୍ଡ କାଠ ବଳକା ରହିଛି । ଚଳିତ ବର୍ଷ ୬୭୨ଖଣ୍ଡ କାଠ ଆସିବ ବୋଲି ସୂଚନା ମିଳିଛି।

Comments are closed.