ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ : ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅଧରପଣା ନୀତି। ନୀତି ଅନୁଯାୟୀ ରଥରେ ଅଧର ହାଣ୍ଡି ଭଙ୍ଗାଯିବ। ଗତକାଲି ମହାପ୍ରଭୁଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଇଲେ ଭକ୍ତ। ଆସନ୍ତାକାଲି ଶ୍ରୀଜିଉଙ୍କ ନୀଳାଦ୍ରିବିଜେ। ନଅଦିନର ଯାତ୍ରାରେ ବାହାରି ଆସନ୍ତକାଲି ଶ୍ରୀମନ୍ଦିରକୁ ଯିବେ ମହପ୍ରଭୁ।
ସୂଚନା ଯୋଗ୍ୟ, ଅଧରପଣା ପାଇଁ ନିର୍ମିତ ମାଟିହାଣ୍ଡି ସ୍ୱତନ୍ତ୍ରଶୈଳୀରେ ହୋଇଥାଏ। ମାଟିହାଣ୍ଡି ମାନଙ୍କରେ ପଣା ସବୁକୁ ୩ ରଥରେ ରଖାଯାଇଥାଏ। ପ୍ରତି ରଥରେ ୩ଟି ଲେଖାଏଁ ହାଣ୍ଡି ହିସାବରେ ମୋଟ ୯ଟି ହାଣ୍ଡିରେ ଅଧରପଣା ଭୋଗ କରାଯାଏ। ସେବକ ମାନଙ୍କ ଦ୍ୱାରା ଭୋଗ ହେବା ପରେ ଏହି ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଥାଏ। ରଥଗୁଡିକରେ ଥିବା ପାଶ୍ୱର୍ ଦେବାଦେବୀ,ଚଣ୍ଡିଚାମୁଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ଏହି ପଣାହାଣ୍ଡି ସବୁକୁ ଭୋଗ ଦେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି।

Comments are closed.