ସମୁଦ୍ର ସ୍ନାନବେଳେ ମହିଳାଙ୍କୁ ଟାଣିନେଲା ଜୁଆର, ଉଦ୍ଧାର କଲେ ଲାଇଫ୍‍ ଗାର୍ଡ଼

ପୁରୀ : ପୁରୀ ସମୁଦ୍ରରେ ଗୁରୁବାର ସକାଳେ ସ୍ନାନବେଳେ ଜଣେ ମହିଳାଙ୍କୁ ଜୁଆର ଟାଣି ନେଇଥିଲା। ସେହି ସମୟରେ ମହିଳା ପର୍ଯ୍ୟଟକଙ୍କୁ ସେଠାରେ ଉପସ୍ଥିତ ଥିବା ଲାଇଫ୍‍ ଗାର୍ଡ଼ମାନେ ଉଦ୍ଧାର କରିଛନ୍ତି। ମହିଳା ଜଣଙ୍କ ଭଦ୍ରକର ତିହିଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ପୁରୀ ବୁଲିବା ପାଇଁ ଆସିଥିଲେ ଓ ସେ ଦକ୍ଷିଣ ସ୍ୱର୍ଗଦ୍ୱାର ବେଳାଭୂମିରେ ପରିବାର ଲୋକଙ୍କ ସହିତ ସମୁଦ୍ରରେ ସ୍ନାନ କରୁଥିବା ତାଙ୍କୁ ଜୁଆର ଟାଣି ନେଇଥିଲା। ତୁରନ୍ତ ଦୁଇ ଜଣ ଲାଇଫ୍‍ ଗାର୍ଡ଼ କର୍ମଚାରୀ ତାଙ୍କୁ ଉଦ୍ଧାର କରି ପ୍ରାର୍ଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।

Comments are closed.