‘ଅସାନି’ର ପ୍ରଭାବ ; ପୁରୀ ସମୁଦ୍ରରେ ଗାଧୋଇବା ଉପରେ ଲଗାଗଲା କଟକଣା

ପୁରୀ : ବାତ୍ୟା ‘ଅସାନି’ର ପ୍ରଭାବ ଅନେକ ସ୍ଥାନରେ ଦେଖା ଯିବା ଆରମ୍ଭ ହୋଇଛି। ଅସାନି ପାଇଁ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ଏହି କାରଣରୁ ଆଜି ପୁରୀ ସମୁଦ୍ରରେ ଗାଧୋଇବା ପାଇଁ ବାରଣ କରାଯାଇଛି। ପୁଲିସ ପକ୍ଷରୁ କଟକଣା ଜାରି ରଖିବା ସହ ଗାଧୋଇବା ପାଇଁ ପୁଲିସ ଅନୁମତି ଦେଉ ନାହିଁ। ବେଳାଭୂମିରେ ନାଲି ପତାକା ଲଗାଯାଇ ବିପଦ ସଙ୍କେତ ଦିଆଯାଇଛି। ବେଳାଭୂମିରେ ପୁଲିସ ଓ ଲାଇଫ ଗାର୍ଡ ଜଗି ରହିଛନ୍ତି।

Comments are closed.