ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ

ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଲୋକସମ୍ପର୍କ ଅଧିକାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଏହି ଗୁପ୍ତ ନୀତି କାରଣରୁ ମହାପ୍ରଭୁଙ୍କ ଦର୍ଶନରୁ ୪ ଘଣ୍ଟା ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ଆଗକୁ ଆସୁଛି ଚନ୍ଦନ ଯାତ୍ରା । ଏଥିଲାଗି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେବାୟତ ମାନେ ଏହି ନୀତି ସମ୍ପାଦିତ କରିବେ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବାର ବିଧି ରହିଛି । ଏହି ସମୟରେ ମହାପ୍ରଭୁଙ୍କ ଜୟବିଜୟ ଦ୍ୱାର ବନ୍ଦ ରହିବ । ରୀତିନୀତି ଅନୁଯାୟୀ ସମସ୍ତ ନୀତି ସରିବା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ ।

Comments are closed.