ଆଜି ଶେଷ ହେଉଛି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ, ଆଉ ମାତ୍ର ଦୁଇ ଦିନ ପରେ ଚତୁର୍ଦ୍ଧାବିଗ୍ରହଙ୍କ ନାଗାର୍ଜୁନ ବେଶ

ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଚୁକ ନୀତି

ପୁରୀ: ଆଜି କାର୍ତ୍ତିକ ମାସ ଦଶମୀ ତିଥି । ଆଜି ଭୋର ୫ଟାରୁ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି କରାଯାଇଛି। ଶେଷ ହେଉଛି ପ୍ରାୟ ୧ ମାସ ଧରି ଚାଲିଥିବା ମହାପ୍ରଭୁଙ୍କ ରାଧା ଦାମୋଦର ବେଶ। ଏହା ସହ ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ପଞ୍ଚୁକ ନୀତି। ପଞ୍ଚୁକର ପାଞ୍ଚ ଦିନରେ ବିଭିନ୍ନ ବେଶରେ ମହାପ୍ରଭୁ ସଜ୍ଜିତ ହେବେ । ତେବେ ଚଳିତ ବର୍ଷ ପଞ୍ଚୁକ ୬ ଦିନ ପଡୁଥିବାରୁ ଆସନ୍ତା ୨୭ ତାରିଖରେ ଚତୁର୍ଦ୍ଧାବିଗ୍ରହ ନାଗାର୍ଜୁନ ବେଶରେ ଅନୁଷ୍ଠିତ ହେବ। କରୋନା ମହାମାରୀ ଚଳିତ ବର୍ଷ ଭକ୍ତ ଚତୁର୍ଦ୍ଧାବିଗ୍ରହଙ୍କ ଏହି ବିରଳ ନାଗାର୍ଜୁନ ବେଶ ଦେଖିପାରିବେ ନାହଁ।

ତେବେ ଆସନ୍ତା ୨୭ ତାରିଖରେ ଚତୁର୍ଦ୍ଧାବିଗ୍ରହଙ୍କ ନାଗାର୍ଜୁନ ବେଶ ସମୟରେ କିପରି ଶୃଙ୍ଖଳିତ ଭାବରେ ନୀତିକାନ୍ତି କରାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁିତି କରାଯାଇଛି। ସଠିକ ସମୟରେ ବେଶ ସମ୍ପର୍ଣ୍ଣ କରାଯିବ। ହରଚଣ୍ଡୀ ସାହି ଚକ୍ରକୋଟ ଯାଗାରୁ ପାଟ ପଟୁଆର ଘଣ୍ଟଛତା କାହାଳୀ ସହ ଶୋଭାଯାତ୍ରାରେ କିପରି ଶୃଙ୍ଖଳିତ ଭାବରେ ବେଶ ଅଣାଯିବ। ଦ୍ବାରଫିଟା ଠାରୁ ବେଶ ଆରମ୍ଭ ଏବଂ ବେଶ ଏବଂ ନୀତି ସମ୍ପର୍ଣ୍ଣ ଯେପରି କୌଣସି ବିଶୃଙ୍ଖଳା ନହେବ ତାହା ଉପରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାପାଳ, ଏସ୍ ପି, ପରିଚାଳନା କମିଟି ସଦସ୍ୟ, ବେଶ ସହ ସମ୍ପୂକ୍ତ ଥିବା ବରିଷ୍ଠ ସେବାୟତଙ୍କ ଉପସ୍ଥିତ ରେ ବୈଠକ ଅନୁଷ୍ଠିତ ହେବ।

 

Comments are closed.