ପୁରୀ ହାଜତ ମୃତ୍ୟୁ ମାମଲା : ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ

କଟକ : ହାଇକୋର୍ଟରେ ପହଞ୍ଚିଛି ପୁରୀ ହାଜତ ମୃତ୍ୟୁ ମାମାଲା। ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ହାୟର କରାଯାଇଛି।। ହାଇକୋର୍ଟରେ ଏନେଇ ଆଇନଜୀବୀ ଶରତ ରାୟଗୁରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି।

ଜନସ୍ୱାର୍ଥ ମାମଲାରେ ସମ୍ପୃକ୍ତ ପୁଲିସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ସେ ଅପିଲ କରିଛନ୍ତି। ସେପଟେ ଏହି ମାମଲାକୁ ହାଇକୋର୍ଟ ଗ୍ରହଣ କରି ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

 

Comments are closed.