ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ପରେ ସିଲ୍ ହେଲା ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ଅପରେସନ୍ ଥିଏଟର

ପୁରୀ : ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଚକିତ୍ସାଳୟର ଅପରେସନ ଥିଏଟରକୁ ସିଲ୍‌ କରିଦିଆଯାଇଛି । ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ ଚିକିତ୍ସାଳୟ କତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ମୂଖ୍ୟ ଚିକିତ୍ସାଳୟର ଅପରେସନ୍ ଥିଏଟରକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯିବା ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ରୋଗୀ ମାନେ ।

ଅପରେସନ ଥିଏଟର ସିଲ ହୋଇଥିବାରୁ ରୋଗୀମାନେ ବାହାରେ ବସିଛନ୍ତି । ଅପରେସନ୍‌ ଥିଏଟର ସିଲ୍ ହେବାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାନିଟାଇଜ କରାଯାଉନାହିଁ । ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ରୋଗୀଙ୍କ ସଂପର୍କୀୟ।

Comments are closed.