ଦୁଇ ମାସ ପରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେଉଛି ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାମ

ଭୁବନେଶ୍ଵର : ମହମାରୀ କରୋନା ଲକ୍ ଡାଉନ ପାଇଁ ଦିର୍ଘ ଦୁଇ ମାସ ହେବ ବନ୍ଦ ରହିଥିବା ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପୁଣି ଥରେ ଆରମ୍ଭ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜିଠୁ ଏହି କାମ ଆରମ୍ଭ କରାଯାଇଛି । ପ୍ରଥମେ ଶ୍ରୀମନ୍ଦିରର ଉତ୍ତରଦ୍ୱାର ଓ ପଶ୍ଚିମଦ୍ୱାର ପଟୁ କାମ ଆରମ୍ଭ ହେବ। ମନ୍ଦିର ପରିସରରୁ ବାହାରିଥିବା ଭଗ୍ନାବଶେଷକୁ ତୁରନ୍ତ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ୨୦୧୯ ଅକ୍ଟୋବର ମାସରେ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାପରେ ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆରମ୍ଭ ହୋଇଥିଲା ।  ପ୍ରଥମେ ଶ୍ରୀମନ୍ଦିରର ୭୫ ମିଟର ପରିଧି ଅଞ୍ଚଳ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଥଇଲା । ଏହାପରେ ସିଂହଦ୍ୱାର ଅଞ୍ଚଳରେ ଉନ୍ନୟନ ଓ ସୌନ୍ଦର୍ୟ୍ୟକରଣ କାମ ମଧ୍ୟ ଅଗ୍ରଗତି ହୋଇଥିଲା । ବିଶେଷକରି ପୁରୀ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ପାଇଁ ମାଗଣାରେ ଜୋତା ଷ୍ଟାଣ୍ଡ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌, ପାଦ ଚଲା ରାସ୍ତା, ଥଣ୍ଡା ପାନୀୟ ଜଳ ଓ ବସିବା ପାଇଁ ବ୍ୟବସ୍ଥା ଭଳି ଅତ୍ୟାବସକୀୟ ସୁବିଧା ମାନର ବ୍ୟବସ୍ଥା କରାଯାଇଥିଲା । ଏଥି ସହ ଭକ୍ତଙ୍କ ବସିବା ପାଇଁ ଏକ ବଡ ଆକାରର ସ୍ଥାନର ସୌନ୍ଦର୍ୟ୍ୟକରଣ କରାଯାଇଥିଲା । ଶ୍ରୀମନ୍ଦିର ଅଞ୍ଚଳରେ ସବୁଜିମା ବଳୟ ସୃଷ୍ଟି କରାଯାଇଛି ।

Comments are closed.