ଶ୍ରୀ ଜଗନ୍ନାଥ ମାହାତ୍ମ୍ୟ ପୁସ୍ତକ ଉନ୍ମୋଚିତ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା ସଂପର୍କରେ ଗିରିଜା ଶଙ୍କର ଷଡ଼ଙ୍ଗୀଙ୍କ ଦ୍ଵାରା ପ୍ରକାଶିତ ପୁସ୍ତକ ମହାଷ୍ଟମୀ ତିଥିରେ ଲୋକାର୍ପଣ କରାଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଧନ ପାଟଯୋଷୀ ପୁସ୍ତକ ଉନ୍ମୋଚନ କରିଛନ୍ତି। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତା, ଅବସରପ୍ରାପ୍ତ ଆରକ୍ଷୀ ଉପ ମହାନିରୀକ୍ଷକ ସାରଙ୍ଗଧର ରାୟଗୁରୁ, ଗବେଷକ ନୀଳମଣି ଗୁରୁ, ବାଲିସାହି ଆଖଡ଼ା ସମ୍ପାଦକ ନରେନ୍ଦ୍ର ମହାନ୍ତି ଏବଂ ଭୀମସେନ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରକାଶକ ରମାକାନ୍ତ ମିଶ୍ର କାର୍ଯକ୍ରମ ପରିଚାଳନା କରିଥିଲେ। ଶ୍ରୀ ଜଗନ୍ନାଥ ସଂସ୍କୃତି ସଂପର୍କରେ ଅତିଥି ମାନେ ଆଲୋଚନା କରିଥିଲେ। ପ୍ରବୀର କୁମାର ଶତପଥୀ, ପ୍ରମୋଦ କୁମାର ଶତପଥୀ, ପ୍ରଦ୍ୟୁମ୍ନ କୁମାର ଶତପଥୀ, ପ୍ରଶାନ୍ତ କୁମାର ଷଡଙ୍ଗୀ, ପଦ୍ମଜା ଶତପଥୀ, ବିଶ୍ଵଶାନ୍ତି ତ୍ରିପାଠୀ ଏବଂ ଦେବୀ ପ୍ରସାଦ ପଣ୍ଡା କାର୍ଯକ୍ରମରେ ଉପସ୍ଥିତ ଥିଲେ।

Comments are closed.