ପୁରୀରେ ସଂଯୋଗ-ସ୍ୱର୍ଣ୍ଣାଭ ବେଳାଭୂମି କାର୍ଯ୍ୟକ୍ରମ, ସାମିଲ ହେଲେ ସବୁ ବର୍ଗର ଲୋକ

ଡେସ୍କ: ଆଜି ପୁରୀ ସମୁଦ୍ର କୂଳରେ ସଂଯୋଗ-ସ୍ୱର୍ଣ୍ଣାଭ ବେଳାଭୂମି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରୀ ଅଧିକାରୀ, କର୍ମଚାରୀ, ପର୍ଯ୍ୟଟକ, ହୋଟେଲ ବ୍ୟବସାୟୀ, ବୁଦ୍ଧିଜିବୀ, ପୁରୀବାସୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତା, ସ୍ୱେଚ୍ଛାସେବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇ ବେଳାଭୂମି ସଫେଇ ସହ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଭିନ୍ନ ବୟସର ଲୋକମାନେ ଜୁମ୍ବା ନୃତ୍ୟ, ନିମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ୱାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ ପେଟିଂ, ପିଲାମାନଙ୍କ ପାଇଁ ବକେଟବଲ, ଆର୍ଚେରୀ, ପିରାମିଡ, ରିଙ୍ଗ ଥ୍ରୋ ଭଳି ଫନ ଗେମ୍‍, ଟଗ୍‍ ଅଫ୍‍ ୱାରରେ ଭାଗ ନେଇଥିଲେ। ଶିଳ୍ପୀ ଏଣ୍ଟରଟେନମେଣ୍ଟ ପକ୍ଷରୁ ସମ୍ବଲପୁରୀ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ପୌରସଂସ୍ଥା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମୁଦ୍ରକୂଳ ବ୍ୟବସାୟୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ସୂଚନା ଅନୁଯାୟୀ, ପ୍ରତି ରବିବାର ସକାଳ ସାଢେ ୫ ଟାରୁ ସାଢେ ୮ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Comments are closed.