ଚଳିତବର୍ଷ ଭଙ୍ଗାଯିବନି ତିନି ରଥ

ପୁରୀ : ଚଳିତବର୍ଷ ଭଙ୍ଗା ହେବନି ତିନି ରଥ। ଶ୍ରୀଜିଉଙ୍କ ରଥ ନଭାଙ୍ଗି ସେସବୁକୁ ମ୍ୟୁଜିୟମରେ ରଖିବାକୁ ସ୍ଥିର ହୋଇଛି । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ନ ଭଙ୍ଗାଯାଇ ଜଗନ୍ନାଥ ବଲ୍ଲଭ ପରିସରରେ ରଖାଯିବା ଲାଗି ସ୍ଥିର କରାଯାଇଛି ।

ତେବେ ରଥକୁ ନଭାଙ୍ଗି ତାହାକୁ କିଭଳି ଢଙ୍ଗରେ କାଢି ପୁଣି ଯୋଡାଯିବ ସେନେଇ ବିଶ୍ୱକର୍ମା ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ସହ ଆଲୋଚନା ହୋଇଛି । ସିଂହଦ୍ୱାରା ସମ୍ମୁଖରେ କିପରି ସୁରକ୍ଷିତ ତିନି ରଥ ଜଗନ୍ନାଥ ବଲ୍ଲଭ ପରିସରକୁ ନିଆଯିବ, ତାହା ଉପରେ ଗୁରୁତ୍ୱ ଦେବାକୁ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

Comments are closed.