ପୁରୀରେ ଜଣେ ଆଇନଜୀବୀ ଓ ମୋହରୀ କରୋନା ପଜିଟିଭ ; ବନ୍ଦ ହେଲା ଜିଲାପାଳ, ଉପଜିଲାପାଳ ଅଫିସ

ପୁରୀ : ଜଣେ ଓକିଲ ଓ ମୋହରୀ ବୁଧବାର କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାପାଳ, ଉପଜିଲାପାଳ ଓ ଡିଆରଡିଏ ଅଫିସ ବନ୍ଦ କରାଯାଇଛି ।  କୋର୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ହରିହର ଛକରୁ ଟାଉନହଲ ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହା ସହ ପ୍ରଶାସନ ପକ୍ଷରୁ କଣ୍ଟାକଟ ଟ୍ରେସିଙ୍ଗ ଆରମ୍ଭ କରାଯାଇଛି ।

ସୂଚନା ଅନୁଯାୟୀ, ଗଡ଼ିଶାଗଦା ଅଞ୍ଚଳରୁ ଚିହ୍ନଟ ହୋଇଥିବା ଦୁଇ ଅପରାଧୀଙ୍କୁ କୋର୍ଟଚାଲାଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ପରେ କୋର୍ଟ ଅଞ୍ଚଳକୁ କଣ୍ଟେମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଆଗାମୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିବ ବୋଲି ଉପଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

Comments are closed.