ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା, ରଥଖଳାରେ ଅନୁଷ୍ଠିତ ହେବ ଚକଡେରା ନୀତି

ପୁରୀ : ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୂଙ୍କ ଭଉଁରୀ ଯାତ୍ରା। ୨୧ଦିନ ଧରି ଚାଲିଥିବା ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ଆଜି ଅନ୍ତିମ ଦିନ। ଏହି ଦିନ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ଘେରା ଚନ୍ଦନ ପୁଷ୍କରଣୀକୁ ପ୍ରରିକ୍ରମା କରିବା ପରମ୍ପରା ରହିଛି। ଏହି ଯାତ୍ରା ଆଜି ମଧ୍ୟ ଶ୍ରୀମନ୍ଦିର ପରିସରରେ ପ୍ରତିକାତ୍ମକ ଭାବେ କରାଯିବ । ଏଥି ସହିତ ଆଜି ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିର ବିଧି ପରମ୍ପରା ଅନୁଯାୟୀ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ତିନିରଥର ଚକଡେରା ନିତି ଅନୁକୂଳ ହେବ ।  ଅନୁକୂଳ ପର୍ବ ପାଇଁ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥର ଦୁଇଟି ଲେଖାଁ ଚକରେ ଅଖ ସଂଯୋଗ କରାଯାଇ ଚକଡେରା ନିତି ଅନୁଷ୍ଠିତ ହେବ । ସକାଳ ଧୂପ ପରେ ପୂଜାପଣ୍ଡା ୩ ରଥ ପାଇଁ ୩ଟି ଆଜ୍ଞାମାଳ ଆସିବ। ବିଶ୍ୱକର୍ମା ମହାରଣା, ଭୋଇ ସେବାୟତଙ୍କ ସହଯୋଗରେ ଏହି ନୀତି ସମନ୍ନ ହେବ ।

Comments are closed.