ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତଙ୍କର ହେଲା ସ୍ବାସ୍ଥ୍ୟ ପରୀକ୍ଷା

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ତିନି ରଥ ନିର୍ମାଣ ଲାଗି ସେବାୟତମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ସେବକମାନଙ୍କ ଭିତରେ ମହାରଣା, କମାର, ରୂପକାର ଓ ଭୋଇ ସେବକ ଅନ୍ତର୍ଭୁକ୍ତ। ଏହି ସବୁ ସେବାୟତମାନେ ଯେପରି ସାଧାରଣ ଲୋକଙ୍କ ସହିତ ନ ମିଶିବେ ସେଥିଲାଗି ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ ଭକ୍ତ ନିବାସରେ ରଖାଯାଇ ପ୍ରତିଦିନ ସ୍ୱତନ୍ତ୍ର ଗାଡି ଯୋଗେ ରଥଖଳାକୁ ଅଣାଯିବ। ୧୭୦ ଜଣ ରଥ ନିର୍ମାଣକାରୀ ସେବାୟତଙ୍କୁ ଭକ୍ତ ନିବାସରେ ରଖାଯିବ। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଯଦି କାହାରି ଦେହ ଖରାପ ଥିବା ଜଣାପଡିବ ତେବେ ତାଙ୍କର ରକ୍ତ ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ଏଡିଏମଓଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଆଜି ପ୍ରଥମ ଦିନରେ ୪୦ ଜଣ ସେବାୟତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍‍ ଥିବା ଜଣାପଡିଥିଲା।

Comments are closed.