୨ଟି ବ୍ୟାଙ୍କରେ ଜମା ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ : ମହାପ୍ରଭୁଙ୍କ ଟଙ୍କା ଜମା ରଖିବା ଟେଣ୍ଡର ଗତ ମଙ୍ଗଳବାର ବାତିଲ ପରେ ପୁନଃ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୨୬ ତାରିଖ ଦିନ ୧୧ଟା ସୁଦ୍ଧା ଟେଣ୍ଡର ପକାଇବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଥିଲା  ଗୁରୁବାର ଏହି ଟେଣ୍ଡରରେ  ମହାପ୍ରଭୁଙ୍କ କର୍ପସ ଓ ଟେମ୍ପଲ ଫଣ୍ଡ ଟଙ୍କା ୨ଟି ବ୍ୟାଙ୍କରେ ଜମା କରାଯିବର ନିଷ୍ପତ୍ତି ହୋଇଛି । ଏହି ଟଙ୍କା ବ୍ୟାଙ୍କ ଅଫ ବରୋଦା ଓ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଜମା ହେବ । ୨ଟି ବ୍ୟାଙ୍କରେ ୨୮୭କୋଟି ଟଙ୍କା ସମାନ ଭାଗରେ ଜମା କରାଯିବ। ବର୍ଷକ ପାଇଁ ୬.୨୬% ସୁଧରେ ଫିକ୍ସଡ ଡିପୋଜିଟ କରାଯିବ। ୧୦୨ କୋଟି ଟଙ୍କାର ଫାଉଣ୍ଡେସନ ଫଣ୍ଡ ଏସବିଆଇର ରହିବ ବୋଲି ନିଷ୍ପତ୍ତି ହୋଇଛି। ଟେଣ୍ଡର ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ୟେସ ବ୍ୟାଙ୍କରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଇ- ଟ୍ରାନ୍ସଫର ଦ୍ବାରା ଏସବିଆଇର ପୁରୀ ମୁଖ୍ୟ ଶାଖାକୁ ଅଣାଯାଇଥିଲା। ପରେ ଏଥି ପାଇଁ  ଗତ ୧୮ ତାରିଖରେ ଟେଣ୍ଡର ଡକାଯାଇଥିଲା । ଏହି ଟେଣ୍ଡର ୟୁନିୟନ ବ୍ୟାଙ୍କ ସର୍ବାଧିକ ୫ ଦଶମିକ ୭୫ ପ୍ରତିଶତ ସୁଧ ଦେବାକୁ କହି ବିଡ୍ ଜିତିଥିଲା। ପରେ ଏହି ଟେଣ୍ଡରକୁ  ପ୍ରଶାସନ ବାତିଲ କରି ଦେଇଥିଲା । ୨୬ ତାରିଖରେ ପୁନଃ ଟେଣ୍ଡର ହେବ ବୋଲି ସୂଚନା ଦିଆଯାଇଥିଲା। ଦିନ ୧୧ଟା ସୁଦ୍ଧା ଟେଣ୍ଡର ପକାଇବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଥିଲା । ୩ ବର୍ଷ ପାଇଁ ଟେଣ୍ଡର ନ କରି ବର୍ଷିକିଆ ସ୍ଥାୟୀ ଜମା ପାଇଁ ଏହି ଟେଣ୍ଡର ଆହ୍ୱାନ କରାଯାଇଥିଲା।

Comments are closed.