ନୂଆବର୍ଷ ପାଇଁ ରାତି ଗୋଟାଏରୁ ଖୋଲିବ ଶ୍ରୀମନ୍ଦିର

ପୁରୀ : ନୂଆବର୍ଷ ପାଇଁ ଆଜି ରାତି ଗୋଟଏରୁ ଖୋଲିବ ପୁରୀ ଶ୍ରୀମନ୍ଦିର। ମଙ୍ଗଳବାର ରାତି ୧୦ଟା ୩୦ ସୁଦ୍ଧା ପହୁଡ଼ ନୀତି ସମ୍ପନ୍ନ କରାଯିବ। ଏହାପରେ  ରାତି ଗୋଟାଏରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ଦେଇଛନ୍ତି।

ନୂଆ ବର୍ଷକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ସମ୍ମୁଖକୁ ସଜାଯିବସହ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ଗଛ ଲଗାଯାଇ ରଙ୍ଗବେରଙ୍ଗ ଆଲୋକମାଳାରେ ସାଜସଜ୍ଜା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬୫ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୨୭୬ଜଣ ଅଧିକାରୀ ମୁତୟନ ହୋଇଛନ୍ତି। ଭକ୍ତମାନେ ଲମ୍ବା ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ, ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

 

Comments are closed.