ଶ୍ରୀମନ୍ଦିରକୁ ଯିବ ବାଲୁଖଣ୍ଡ ଅଭୟାରଣ୍ୟରୁ କାଠ, ପୁଣି କାର୍ଯ୍ୟକ୍ଷମ ହେବ ନନ୍ଦନକାନନର ରୋପ ୱେ

ପୁରୀ: ବାଲୁଖଣ୍ଡ ଅଭୟାରଣ୍ୟରୁ ଶ୍ରୀମନ୍ଦିରକୁ କାଠ ଯିବ। ବାତ୍ୟା ଫନିରେ ନଷ୍ଟ ହୋଇଥିବା ୧୫ ଲକ୍ଷ କ୍ବିଣ୍ଟାଲ କାଠ ଶ୍ରୀମନ୍ଦିରର ରୋଷଘର ପାଇଁ ଯିବ। ଏହା ସହ ସ୍ୱର୍ଗଦ୍ୱାର ପାଇଁ ମଧ୍ୟ ବାଲୁଖଣ୍ଡ ଅଭୟାରଣ୍ୟରୁ କାଠ ଯିବ। ଏନେଇ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ନନ୍ଦନକାନନରେ ରୋପ ୱେ ସେବା ପୁଣି କାର୍ଯ୍ୟକ୍ଷମ ହେବ। ଏଥିପାଇଁ ୩୬ଟି ଗଛ କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.