ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସ୍ବେଚ୍ଛାକୃତ ଭାବେ ଜମି ପ୍ରଦାନ ସମୟ ସୀମା ୯କୁ ବୃଦ୍ଧି

ଭୁବନେଶ୍ବର: ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଘରୋଇ ଜମି ପ୍ରଦାନ ସମୟସୀମାକୁ ବୃଦ୍ଧି କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସମୟ ସୀମାକୁ ଆଉ ୭ ଦିନ ଅର୍ଥାତ୍ ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଶ୍ରୀମନ୍ଦିର ନିରାପତ୍ତା ବଳୟ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ସନ୍ନିକଟ ଅଞ୍ଚଳର ଅନେକ ବାସିନ୍ଦା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ସ୍ବେଚ୍ଛାକୃତ ଭାବରେ ଗ୍ରହଣ କରିଛନ୍ତି। ଏହା ସହ ସ୍ବେଚ୍ଛାକୃତ ଭାବେ ଜମି ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ୍ ପାଇଁ ୮୦ଟି ବିକ୍ରୀ କବଲା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୭୫ ପ୍ରତିଶତ ଜମି ସ୍ବେଚ୍ଛାକୃତ ଭାବରେ ବାସିନ୍ଦାମାନେ ପ୍ରଦାନ କରିଛନ୍ତି।

Comments are closed.