ବିଜେପିରେ ଯୋଗଦେଲେ ଦଲେର ମେହନ୍ଦି

ନୂଆଦିଲ୍ଲୀ : ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହନ୍ଦି ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ହଂସରାଜ ହଂସ, କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଓ ବିଜୟ ଗୋୟଲ, ଦିଲ୍ଲୀ ବିଜେପି ସଭାପତି ଅଭିନେତା ମନୋଜ ତିୱାରୀ ପ୍ରମୁଖଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେହନ୍ଦିଙ୍କ ଝିଅ ହଂସଙ୍କ ଜଣେ ପୁଅଙ୍କୁ ବିବାହ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୫୧ବର୍ଷୀୟ ମେହନ୍ଦି ୨୦୧୩ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ। ନିଜ ସାଂସ୍କୃତିକ ଦଳରେ ଅନୁପ୍ରବେଶକାରୀଙ୍କୁ ସାମିଲ କରି ବିଦେଶ ନେବା ଏବଂ ବିଦେଶ ଭ୍ରମଣ ଆଳରେ ଲୋକଙ୍କୁ ଠକିବା ଅଭିଯୋଗରେ ବାରମ୍ବାର ନିନ୍ଦିତ ହୋଇଥିବା ମେହନ୍ଦିଙ୍କୁ ଗତ ବର୍ଷ ଦୁଇ ବର୍ଷ ପାଇଁ କାରାଦଣ୍ଡାଦେଶ ହୋଇଥିଲା। ସେ ଏବେ ଜାମିନରେ ଅଛନ୍ତି।

Comments are closed.