ଭଗୱନ୍ତଙ୍କ ଦେହରେ ପୁଣି ଲାଗିବ ହଳଦୀ; ଆସନ୍ତାକାଲି ବାହାଘର

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ମିଳିଥିବା ସୂଚନା ମୁତାବକ, ଭଗୱନ୍ତ ମାନ୍‌ ଗୁରୁବାର ଚଣ୍ତିଗଡ଼ ସ୍ଥିତ ତାଙ୍କ ଘରେ ବିବାହ କରିବେ। ଡା. ଗୁର୍‌ପ୍ରୀତ୍‌ କୌରଙ୍କୁ ବିବାହ କରିବେ ମାନ୍‌। ବିବାହ ସମାରୋହରେ କେବଳ ନିଜର କିଛି ପ୍ରିୟଜନ ହିଁ ଉପସ୍ଥିତ ରହିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ବିବାହ ସମାରୋହରେ ଯୋଗ ଦେବେ।


ସୂଚନାଯୋଗ୍ୟ, ପ୍ରାୟ ୬ ବର୍ଷ ପୂର୍ବେ ୪୮ ବର୍ଷୀୟ ମାନ୍‌ ଓ ତାଙ୍କ ପୂର୍ବତନ ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।

Comments are closed.