ଅଭିନେତା ପୁନିତ୍‌ଙ୍କ ଅନ୍ତିମ ସଂସ୍କାର

ହୃଦ୍‌ଘାତରେ ଦୁଇ ପ୍ରଶଂସକଙ୍କ ମୃତ୍ୟୁ

ବେଙ୍ଗାଲୁରୁ : ହୃଦ୍‌ଘାତରେ ପ୍ରାଣ ହରାଇଥିବା ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ମରଶରୀରକୁ ରବିବାର ସକାଳେ ବେଙ୍ଗାଲୁରୁସ୍ଥିତ କାନ୍ତିରଭା ଷ୍ଟୁଡିଓ ପରିସରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି । ପୁନିତଙ୍କ ବଡ ଭାଇର ପୁଅ ରାଘବେନ୍ଦ୍ର ରାଜକୁମାର ଅନ୍ତିମ ସଂସ୍କାର କରିଥିଲେ। ପିତା ରାଜକୁମାରଙ୍କ ସମାଧିସ୍ଥଳ ନିକଟରେ ତାଙ୍କୁ କବର ଦିଆଯାଇଛି। ଶୁକ୍ରବାର ପ୍ରାଣ ହରାଇଥିବା ପୁନିତଙ୍କ ମରଶରୀରକୁ ଶେଷ ଦର୍ଶନ ନିମନ୍ତେ କାନ୍ତିରଭା ଷ୍ଟାଡିୟମ୍‌ରେ ଦୁଇଦିନ ପାଇଁ ରଖାଯାଇଥିଲା। ଏହି ଦୁଇଦିନ ମଧ୍ୟରେ ପ୍ରାୟ ୧୦ଲକ୍ଷ ଜନତା ତାଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରବିବାର ସକାଳ ୫ଟା ୩୦ରେ ପୁନିତଙ୍କ ମରଶରୀରକୁ​‌ ​ ​‌ଶୋଭାଯାତ୍ରାରେ କାନ୍ତିରଭା ଷ୍ଟୁଡିଓ ପରିସରକୁ ନିଆଯାଇଥିଲା। ରାସ୍ତାରେ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କର ଶେଷ ଦର୍ଶନ କରିବାକୁ ଭିଡ ଜମାଇଥିଲେ। ଏପରିକି ପୁନିତଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର ଦୁଇଜଣ ପ୍ରଶଂସକ ହୃଦ୍‌ଘାତରେ ପ୍ରାଣ ହରାଇଥିବା ଜଣାଯାଇଛି। ପୁନିତଙ୍କ ପତ୍ନୀ ଅଶ୍ବିନୀ ରେବନ୍ଥା ଦୁଇ ଝିଅ ବନ୍ଦିତା, ଦୃଷ୍ଟି ଏବଂ ପରିବାରର ଅନ୍ୟ ସଦସ୍ୟ ଅନ୍ତିମ ସଂସ୍କାରସ୍ଥଳରେ ଉପସ୍ଥିତ ଥିଲେ।

Comments are closed.