କାର-କଣ୍ଟେନର ଧକ୍କା ; ଗୋଟିଏ ପରିବାରର ୫ ମୃତ

ପୁଣେ : ମହାରାଷ୍ଟ୍ରର ପୁଣେ ଜିଲା ଅହମଦନଗର-ପୁଣେ ଜାତୀୟ ରାଜପଥରେ ରଞ୍ଜନଗାଓଁ ଏମଆଇଡିସି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର-କଣ୍ଟେନର ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଧକ୍କା ହୋଇ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ଜଣେ ଆହତ ହୋଇଛନ୍ତି। ଭୁଲ ଦିଗରେ ଆସୁଥିବା କଣ୍ଟେନର ସହ ଉକ୍ତ କାରର ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ କଣ୍ଟେନର ଚାଳକ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.