କାଚ ଗ୍ଲାସ ଭାଙ୍ଗିଯିବାରୁ ମହିଳାଙ୍କୁ ମାଡ ମାରିଲେ ହୋଟେଲ୍‌ ମାଲିକ ଏବେ ହତ୍ୟା ଉଦ୍ୟମ ମାମଲାରେ ଖୋଜୁଛି ପୁଲିସ

 

ପୁନେ – ପୁନେକ ପିମ୍ପିରି ଛିନ୍ଦିଓ୍ୱାଡର ଛିଖାଲି ଅଞ୍ଚଳରେ ଥିବା ଏକ ହୋଟେଲ୍‌ ମାଲିକକୁ ପୁଲିସ ହତ୍ୟା ଉଦ୍ୟମ ମାମଲାରେ ଖୋଜିଛି । ଏହି ହୋଟେଲ୍‌ରେ ଜଣେ ମହିଳା ରାତ୍ରୀ ଭୋଜନ କରୁଥିବା ସମୟରେ ତାଙ୍କୁ ପାଣି ଦେଉଥିବା ଓ୍ୱେଟର ହାତରୁ ଗ୍ଲାସ ଖସି ପଡି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ସେଠାରେ ମହିଳା ଏବଂ ହୋଟେଲ୍‌ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ପରେ ମହିଳା ଜଣଙ୍କ ସେଠାରୁ ଚାଲିଯାଉଥିବା ବେଳେ ହୋଟେଲ୍‌ ମାଲିକ ଆକ୍ରମଣ କରିଥିଲେ ।

କଥା ସେତିକିରେ ଥମି ନଥିଲା । ମହିଳା ଜଣଙ୍କ ଏକ ବ୍ରିଜ୍‌ ଉପରେ ସ୍ପାଇନ୍‌ ରୋଡ୍‌ରେ ଗାଡି ପାଇଁ ଅପେକ୍ଷା କରିଥିବା ବେଳେ ହୋଟେଲ୍‌ ମାଲିକ ଆସି ତାଙ୍କୁ ଠେଲି ଦେଇଥିଲେ । ସେ ବ୍ରିଜ୍‌ରୁ ଖସିପଡିବାରୁ ମହିଳାଙ୍କ ମୁଣ୍ଡ ଏବଂ ଦେହରେ ଗୁରୁତର ଆଘାତ ଲାଗିଥିଲା ।

ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଆଇପିସି ୩୦୮ ଏବଂ ୩୨୩ ଦଫାରେ ମାମଲା ରୁଜୁ କରି ହୋଟେଲ୍‌ ମାଲିକକୁ ଖୋଜୁଛି । ଏହି ଘଟଣା ପରେ ଗିରଫ ଭୟରେ ହୋଟଲେ ମାଲିକ ଲୁଚିଥିବା ଜଣା ପଡିଛି । ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

Comments are closed.