ଟିମ୍‍ ଇଣ୍ଡିଆର ପୋଷାକ ପ୍ରାୟୋଜକ ଦୌଡ଼ରେ ପ୍ୟୁମା ଓ ଆଡିଡାସ୍‍

ନୂଆଦିଲ୍ଲୀ : ଭାରତ ଉଭୟ ପୁରୁଷ ଓ ମହିଳା କ୍ରିକେଟ୍‍ ଦଳର ପୋଷାକ ପ୍ରାୟୋଜକ ବର୍ତ୍ତମାନ ଅଛି ଆମେରିକାର ପ୍ରସିଦ୍ଧ କ୍ରୀଡ଼ା ପୋଷାକ ନିର୍ମାତା କମ୍ପାନୀ ନାଇକି। ଚଳିତବର୍ଷ ବିସିସିଆଇ ସହ ନାଇକିର ୫ ବର୍ଷିଆ ଚୁକ୍ତି ସମାପ୍ତ ହେଉଛି। ତେଣୁ ନୂତନ ପୋଷାକ ପ୍ରାୟୋଜକ ଲାଗି ବିସିସିଆଇ ଟେଣ୍ଡର ଆହ୍ୱାନ କରିଛି। ଅଦ୍ୟାବଧି ୧ ଲକ୍ଷ ଟଙ୍କା ଦେଇ ଟେଣ୍ଡର କାଗଜାତ କିଣିଥିବା କମ୍ପାନୀ ହେଉଛି ଜର୍ମାନୀର ନାମୀ କ୍ରୀଡ଼ା ପୋଷାକ ନିର୍ମାତା କମ୍ପାନୀ ପ୍ୟୁମା। ଏହାସହ ଜର୍ମାନୀର ଅନ୍ୟ ଏକ କମ୍ପାନୀ ଆଡିଡାସ୍‍ ମଧ୍ୟ ଭାରତୀୟ କ୍ରିକେଟ୍‍ ଦଳର ପୋଷାକ ପ୍ରାୟୋଜକ ହେବା ଦୌଡ଼ରେ ରହିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଓ କେ.ଏଲ୍‍. ରାହୁଲ ପ୍ୟୁମାର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି। ତେଣୁ ଏହି ଦୌଡ଼ରେ ପ୍ୟୁମା ଆଗରେ ରହିଛି।

Comments are closed.