ପୁଲୱାମାରେ ଗୁଳିବିନିମୟ; ୩ ଆତଙ୍କବାଦୀ ମୃତ

ପୁଲୱାମା : ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଶନିବାର ଆତଙ୍କବାଦୀ ଓ ସେନା ମଧ୍ୟରେ ହୋଇଥିବା ଗୁଳିବିନିୟନରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଜଣେ ସେନା ଅଧିକାରୀଙ୍କ କହିବା ଅନୁସାରେ ପୁଲୱାମା ଜିଲା ଅବନ୍ତିପୋରାର ପଞ୍ଚଗାମ ଅଞ୍ଚଳରେ ଆତଙ୍କବାଦୀ ରହିଥିବା ସୂଚନା ମିଳିଥିଲା। ପରେ ସେନା ଅଞ୍ଚଳକୁ ନିଜ ଆୟତ୍ତରେ ନେଇ ଖାନତଲାସି ଆରମ୍ଭ କରିଥିଲା। ଏହି ତଲସି ସମୟରେ ଆତଙ୍କବାଦୀ ସେନା ଉପରକୁ ଆକ୍ରମଣ କରିଥିଲା। ଏହାର ପ୍ରତି ଆକ୍ରମଣରେ ସେନାର ଗୁଳିଚାଳନାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଧିନ ସଂଗଠନର ବୋଲି ଜଣାପଡିଛି।

Comments are closed.