କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର : ଚୌଦ୍ୱାର କଲେଜ +୩ ବାଣିଜ୍ୟ ସମ୍ମାନ ବିଭାଗର ଛାତ୍ରୀ ପୁଜାରାଣୀ ବେଜ୍ ବାଣିଜ୍ୟ ବିଭାଗରେ ଚଳିତ ବର୍ଷ ୮୮.୯ ପ୍ରତିଶତ ମାର୍କ ରଖି ଉତ୍କଳ ବିଶ୍ୱବିଦ୍ୟାଳୟରେ ଟପ୍ପର ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଚାରବାଟିଆ ସ୍ଥିତ ପୁଜାଙ୍କ ବାସଭବନକୁ ଆସି ବିଭିନ୍ନବର୍ଗର ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କାଉନସିଲର ବିଜୟ କୁମାର ସାହୁ ଓ ଅଶୁତୋଷ ଦାସ ପ୍ରମୁଖ ପୂଜାରିଣୀଙ୍କୁୁ ଭେଟି ସମ୍ବର୍ଦ୍ଧି କରିବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ସୂଚନା ଯୋଗ୍ୟ ପୁଜାରାଣୀ +୨ପରୀକ୍ଷାରେ ଏହି କଲେଜରୁ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ। ଦିନକୁ ୧୫ଘଣ୍ଟା ପାଠ ପଢାରେ ସମୟ ଦେଉଥିବା ପୂଜାରିଣୀ ପ୍ରକାଶ କରିବା ସହିତ ତାଙ୍କର ଏହି ସଫଳତାର ଶ୍ରେୟ ପିତା, ମାତା ଓ କଲେଜର ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପ୍ରଭାକର ମିଶ୍ର ଓ ପ୍ରମୋଦ ରାଉତଙ୍କୁ ଦେଇଛନ୍ତି । ବିରାଟ ବଜାର ଅଂଚଳର ବିଜୟ କୁମାର ବେଜ୍ ଓ ଗୀତାଞ୍ଜଳି ବେଜଙ୍କ ଝିଅ ପୁଜାରାଣୀ ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବା ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।

Comments are closed.