ସୋନିଆଙ୍କ ଜନ୍ମଦିନରେ ମହିଳାଙ୍କୁ ପିଆଜ ଉପହାର ଦେଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ତେବେ ଦେଶରେ ମହିଳା ବିରୋଧୀ ହିଂସା ବଢୁଥିବାରୁ ଏଥର ସୋନିଆ ନିଜର ଜନ୍ମଦିନ ପାଳିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଏହି ଦିବସକୁ ସ୍ମରଣୀୟ କରିବା ଲାଗି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ ଅଭିନବ ପଦକ୍ଷେପ ନେଇଛନ୍ତି। ସେ ସୋନିଆଙ୍କ ଜନ୍ମଦିନ ଅବସରରେ ସୋମବାର ମହିଳାମାନଙ୍କୁ ପିଆଜ ଉପହାର ଦେଇଛନ୍ତି। ଦେଶରେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହା ବିରୋଧରେ ମହିଳାମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ  ଚଳାଇଛନ୍ତି। ପୁଡୁଚେରୀରେ ମହିଳା କଂଗ୍ରେସ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନ୍ୟପଟେ ସୋମବାର ସୋନିଆଙ୍କ ଜନ୍ମଦିନ ଥିବାରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ବିକ୍ଷୋଭକାରୀ ମହିଳାମାନଙ୍କୁ ପିଆଜ ଉପହାର ଦେଇଥିଲେ।

Comments are closed.