୨୦୨୦ ଶ୍ଵେତପତ୍ର ଜାରି: ବର୍ଷକରେ‌ ୧,୩୪,୨୩୦ ଅପରାଧିକ ମାମଲା

ଭୁବନେଶ୍ବର : ୨୦୨୦ ବର୍ଷ ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶ୍ୱେତପତ୍ର ପ୍ରକାଶ ପାଇଛି। ୧,୩୪,୨୩୦ଟି ପଞ୍ଜୀକୃତ ଅପରାଧ ମାମଲାରୁ ୧,୧୦,୭୪୧ ଆଇପିସିରେ ପଞ୍ଜୀକୃତ ହୋଇଛି। ୧,୩୪,୨୩୦ ଧର୍ତ୍ତବ୍ୟ ଅପରାଧରୁ ୧,୨୯,୩୦୫ଟି ମାମଲା ସତ୍ୟ ଏବଂ ୯୩,୨୨୯ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି।

ସେହିପରି ୧,୪୭୦ଟି ହତ୍ୟା ମାମଲାରୁ ୧,୩୯୨ଟି ମାମଲା ସତ୍ୟ ଓ ୬୯୪ଟି ହତ୍ୟା ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି। ୫୧୪ଟି ଡକାୟତି ମାମଲାରୁ ୫୦୨ଟି ସତ୍ୟ, ୨୫୪ଟିରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ୨,୧୬୭ ଲୁଣ୍ଠନ ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ୨,୧୨୭ଟି ମାମଲା ସତ୍ୟ। ଲୁଣ୍ଠନ ମାମଲାରେ ୧୮୧୬ ଜଣ ଅପରାଧୀ ଗିରଫ ହୋଇଛନ୍ତି। ୧୦,୪୧୨ ଚୋରି ମାମଲାରୁ ୧୦,୨୦୭ଟି ମାମଲା ସତ୍ୟ ଏବଂ ୩,୭୭୦ଟି ଚୋରି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି।

ଅପରପକ୍ଷରେ ୨,୦୫୯ଟି ଦଙ୍ଗା ମାମଲା ପଞ୍ଜିକୃତ ହୋଇଥିବା ବେଳେ ୧,୯୯୭ଟି ମାମଲା ସତ୍ୟ। ଏହସହିତ ୧୩୪୭ ଦଙ୍ଗା ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି। ୨୦୨୦ ବର୍ଷରେ ରାଜ୍ୟରେ ୨୯୮୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୨୯୦୭ଟି ମାମଲା ସତ୍ୟ ଓ ୨୦୫୪ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ସେହିପରି ୯,୮୧୭ଟି ମୋଟର ଦୁର୍ଘଟଣା ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୯,୭୭୧ଟି ମାମଲା ସତ୍ୟ, ୬୦୫୭ ମୋଟର ଦୁର୍ଘଟଣା ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ୪୦୮୮ଟି ଯୌତୁକ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୨୭୪୮ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି ଏବଂ ୩୮ଟି ମାମଲା ସତ୍ୟ। ୮୪ଟି ମାମଲାର ଅନ୍ୟାନ୍ୟ କାରଣରୁ ସମାପ୍ତି ଘଟିଛି। ୧୨୧୮ଟି ଯୌତୁକ ମୋକଦ୍ଦମା ବିଚାରାଧୀନ ରହିଛି। ୩୨୦ଟି ଯୌତୁକ ହତ୍ୟା ମାମଲାରୁ ୧୪୧ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି। ଏହାସହିତ ୮୭ଟି ଯୌତୁକ ଆତ୍ମହତ୍ୟା ମୋକଦ୍ଦମାରୁ ୭୩ଟି ମାମାଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ୩୭୫୯ଟି ଯୌତୁକଜନିତ ନିର୍ଯାତନା ମାମଲାରୁ ୨୬୪୨ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି। ୩୭ଟି ଯୌତୁକଜନିତ ନିର୍ଯାତନା ମାମଲାର ଚୂଡ଼ାନ୍ତ ରିପୋର୍ଟ ସତ୍ୟ। ୩୧୫୩ଟି ଅଣଯୌତୁକ ନିର୍ଯାତନା ମାମଲାରୁ ୨୪୧୩ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି।

କୋଭିଡ଼୍‌-୧୯ ପରିଚାଳନା ସମୟରେ ୮୯୦୨ ଜଣ ପୁଲିସ ଆକ୍ରାନ୍ତ ହୋଇଥିବା ବେଳେ ୪୮ ଜଣ ପୁଲିସ କର୍ମଚାରୀଙ୍କର କର୍ତ୍ତବ୍ୟ ବେଳେ ମୃତ୍ୟୁ ଘଟିଛି। କରୋନାରୁ ସୁସ୍ଥ ହୋଇ ୧୦୦୨ ଜଣ ପୁଲିସ ପ୍ଲାଜମା ଦାନ କରିଛନ୍ତି। ବର୍ଷ ୨୦୨୦ରେ ପୁଲିସ ତରଫରୁ ୧୮ ଥର ଗୁଳିଚାଳନା କରାଯାଇଛି। ୧୩୮ ଥର ରାସ୍ତାରୋକ ହୋଇଥିବା ବେଳେ ୭ଥର ରେଳରୋକ ଏବଂ ୭୪୫ ଥର ଧାରଣା ହୋଇଛି। ଏହାସହିତ ୨୭୭ ରାଲି, ୭୬୩ ବିକ୍ଷୋଭ, ୯୦ ଥର ଅନଶନ ଏବଂ ୩୧ ଥର ବନ୍ଦ ପାଳନ ହୋଇଛି। ରାଜ୍ୟରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦୃଷ୍ଟିଗୋଚର ଦୃଷ୍ଟିଗୋଚର ହୋଇନାହିଁ। ମାଓବାଦୀଙ୍କ ସହ ୨୭ଟି ଗୁଳି ବିନିମୟ ହୋଇଛି, ଯେଉଁଥିରେ ୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଗୁଳି ବିନିମୟ ବେଳେ ୧୬ ସିପିଆଇ(ମାଓବାଦୀ) କ୍ୟାଡ଼ରଙ୍କ ମୃତ୍ୟୁ ଘଟିଛି। ମାଓବାଦୀ କାର୍ଯ୍ୟରେ ଲିପ୍ତ ୩୪ ଜଣ ଗିରଫ ହୋଇଥିବା ବେଳେ ୨୧ ଜଣ ଆତ୍ମସମର୍ପଣ କରିଛନ୍ତି।

 

Comments are closed.