ବିଗ୍‍ ବଜାରରେ ପବ୍ଲିକ ହଲିଡେ ସେଲ୍‍

ଭୁବନେଶ୍ୱର: ଭାରତର ସର୍ବବୃହତ ଓମ୍‍ନି ଚାନେଲ ଖୁଚୁରା ବିକ୍ରୟକାରୀ କମ୍ପାନୀ ବିଗ୍‍ ବଜାରରେ ପବ୍ଲିକ ହଲିଡେ ସେଲ୍‍ ଆରମ୍ଭ ହୋଇଯାଇଥିବାବେଳେ ବିଗ୍‍ ବଜାର ଏହି ୧୧ ଦିନ ବ୍ୟାପୀ ବୃହତ ଅଭିଯାନ ସମୟରେ ବର୍ଷର ସର୍ବବୃହତ ସଞ୍ଚୟ ପ୍ରଦାନ କରୁଛି । ବିଗ୍‍ ବଜାରର ପବ୍ଲିକ ହଲିଡେ ସେଲ୍‍ ୨୦୨୧ ଡିସେମ୍ବର ୨୨ରୁ ଆରମ୍ଭ ହୋଇଛି ଏବଂ ଏହା ୨୦୨୨ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ଗ୍ରାହକଙ୍କୁ ଷ୍ଟୋର ଭିତରେ ଏବଂ ଅନ୍‍ଲାଇନରେ ସର୍ବୋତ୍ତମ କିଣାକିଣି ଏବଂ ସଞ୍ଚୟ ଅନୁଭୂତି ପ୍ରଦାନ କରିବାକୁ ସମସ୍ତ ଉତ୍ପାଦ ଓ ବର୍ଗରେ ବୃହତ ଅଫର୍‍ ଏବଂ ସଞ୍ଚୟ ପ୍ରଦାନ କରୁଛି । ଉପଭୋକ୍ତାମାନେ ବିଗ୍‍ ବଜାର ଷ୍ଟୋରସମୂହ ଏବଂ ବିଗ୍‍ ବଜାର ଆପ୍‍ରେ ତଥା ଅନ୍‍ଲାଇନରେ ବୃହତ ଅଫରର ସୁଯୋଗ ନେଇପାରିବେ ଏବଂ ମାତ୍ର ୨ ଘଣ୍ଟା ମଧ୍ୟରେ ସାମଗ୍ରୀ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା ମଧ୍ୟ ରହିଛି । ପବ୍ଲକ ହଲିଡେ ସେଲ୍‍ ଉପଭୋକ୍ତାଙ୍କୁ ଖାଦ୍ୟ, ଫେଶନ, ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ ଆଦି ସମସ୍ତ ବିଭାଗରେ ସର୍ବବୃହତ ସଞ୍ଚୟ ପ୍ରଦାନ କରୁଛି । ଏ ସମ୍ପର୍କରେ ପ୍ରକାଶ କରି ଫ୍ୟୁଚର ଗ୍ରୁପ୍‍ର ଡିଜିଟାଲ, ମାର୍କେଟିଂ ଏବଂ ଇ-କମର୍ସ ସିଏମ୍‍ଓ ପୱନ ସାରଦା କହିଛନ୍ତି, ବର୍ଷ ଶେଷ ନିଜ ସହିତ ଅନେକ ଆଶା, ଉତ୍କଣ୍ଠା, ଭ୍ରମଣ ଏବଂ କିଣାକିଣି ନିଜ ସହିତ ଆଣିଥାଏ । ଆମେ ପ୍ରତିବର୍ଷ ଏହି ଦିନଗୁଡିକରେ ଆମ ନିକଟକୁ ବିପୁଳ ସଂଖ୍ୟାରେ ଉପଭୋକ୍ତା ଆସିବା ଲକ୍ଷ୍ୟକରୁ । କିଣାକିଣି ଘଟଣା ସ୍ୱାଭାବିକ ସ୍ଥିତିକୁ ଫେରୁଥିବାବେଳେ ଆମ ଷ୍ଟୋରଗୁଡିକ ପ୍ରଚଳିତ କିଣାକିଣି ଉତ୍ସବ ପାଳନ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଖାଦ୍ୟ, ଫେଶନ, ଗୃହ ଉପକରଣ ଏବଂ ଇଲେକ୍‍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ବୃହତ ମୂଲ୍ୟଗତ ଅଫର୍‍ ରହିଛି ଯାହା ଗ୍ରାହକଙ୍କର କିଣାକିଣି ଅନୁଭୂତିକୁ ଏକ ଆନନ୍ଦଦାୟକ ଏବଂ ପରିପୂର୍ଣ୍ଣ କରି ଗଢିତୋଳିବ ।

Comments are closed.