ଗ୍ୟାସ ଗାଡି ଧକ୍କାରେ ବୃଦ୍ଧ ମୃତ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ସାନମସିଣାବିଲା ଗ୍ରାମ ନିକଟରେ ଏକ ଗ୍ୟାସ ବୋଝେଇ ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ଏକ ଗ୍ୟାସ ବୋଝେଇ ଗାଡି କେନ୍ଦୁଝର ରୁ ଆନନ୍ଦପୁର ଅଭିମୁଖେ ଯାଉଥିବା ସମୟରେ ରାସ୍ତା ପାରି ହେଉଥିବା ସାନମସିଣାବିଲା ଗ୍ରାମର ଧୁନ୍ଦୁ ନାଏକ(୭୦)ଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହାତ ହୋଇଥିଲେ  । ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଗାଁ ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Comments are closed.